Breaking PLUSଓଡ଼ିଶାମୁଖ୍ୟ ଖବର

ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ଐତିହାସିକ ବିଶ୍ୱବିଦ୍ୟାଳୟ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ଏଆଇଏସ୍‌ଏଫ ରାଜ୍ୟ ପରିଷଦ ବିରୋଧ କରିବା ସହ ଏହା ଏକ ହୀନମନ୍ୟତାର ପ୍ରତିଫଳନ ବୋଲି କୁହାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ମାତ୍ର ଏକ କୋଠା ବା ସାଧାରଣ ଶିକ୍ଷାନୁଷ୍ଠାନ ନୁହେଁ । ଏହା ଥିଲା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ । ବ୍ରିଟିଶ ପତାକାକୁ ପୋଡି ତକ୍ରାଳୀନ ଛାତ୍ରନେତା ଏହିଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଓ କଳାର ପାଣକେନ୍ଦ୍ର ଏହି ଶିକ୍ଷାନୁଷ୍ଠାନ । ଛାତ୍ର ଆନ୍ଦୋଳନ ପାଇଁ ଏହା ଏକ ପ୍ରେରଣାର ଅସରନ୍ତି ସ୍ରୋତ।

Show More

Related Articles

Back to top button