Breaking PLUSଓଡ଼ିଶାମୁଖ୍ୟ ଖବର
କାଞ୍ଜିପାଣି ଘାଟିରେ ଓଲଟିଲା ପୁଲିସ୍ ବସ୍, 5 ଆହତ

କେନ୍ଦୁଝର- ତେଲକୋଇ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍ ବସ୍ । ଏଥିରେ ୫ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ତେଲକୋଇ ବନ୍ଦ ସ୍ଥାନକୁ କିଛି ପୁଲିସ୍ କର୍ମଚାରୀ ଡ୍ୟୁଟିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।