Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟ କ୍ୟାବିନେଟ ବୈଠକରେ 3ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର-  ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ  ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।  କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ଚାକିରି ଦିଆଯିବ। ଅବିବାହିତ ଝିଅ କିମ୍ବା ସାବତ ଝିଅକୁ ନିଯୁକ୍ତି ମିଳିବ। ସେହିପରି ଝିଅ ବିବାହିତ ହୋଇଥିଲେ ଏବଂ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ବିବାହିତ ଝିଅ ବା ସାବତ ଝିଅକୁ ମିଳିବ ନିଯୁକ୍ତି। ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ଆଉ ଏକ ବଡ଼ ନିଷ୍ପତ୍ତି ହୋଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ଅଗ୍ନିବୀରମାନଙ୍କ ଲାଗି ୧୦% ସ୍ଥାନ ସଂରକ୍ଷଣକୁ ବୈଠକରେ ମଞ୍ଜୁରୀ ମିଳିଛି। ୧ ବର୍ଷ ପ୍ରଶିକ୍ଷଣ ଏବଂ ୪ ବର୍ଷ ଚାକିରି ପରେ ବି ଅଗ୍ନିବୀରମାନଙ୍କୁ ନିଯୁକ୍ତି ମିଳିବ। ସେମାନଙ୍କ ଲାଗି ପୁଲିସ, ଅଗ୍ନିଶମ ଏବଂ ବନ ବିଭାଗରେ ୧୦% ସଂରକ୍ଷଣ ପ୍ରଦାନ କରାଯିବ।

ସେହିପରି ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ ବୋଲି ସୂଚନା ମିଳିଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ହାତରେ ରହିବ ୫ ପ୍ରତିଶତ ଅଂଶଧନ।

Show More

Related Articles

Back to top button