Breaking PLUSଦେଶମୁଖ୍ୟ ଖବର

ଚେନ୍ନାଇ ଟେଷ୍ଟ ଜିତିଲା ଭାରତ

ଚେନ୍ନାଇ-  ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭ୍ରମଣକାରୀ ବାଂଲାଦେଶ ଦଳକୁ ଟିମ ଇଣ୍ଡିଆ ୨୮୦ରେ ପରାଜିତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି।

ଟସ ଜିତି ବାଂଲାଦେଶ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୭୬ ରନରେ ଅଲଆଉଟ ହୋଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ବେ ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା ଏବଂ ଯଶଶ୍ଵୀ ଜୟସଓ୍ବାଲଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୩୭୬ ରନ କରିପାରିଥିଲା। ଏହାର ଜବାବରେ ବାଂଲାଦେଶ ମାତ୍ର ୧୪୯ ରନରେ ଅଲଆଉଟ ହୋଇଯାଇଥିଲା।

୨ୟ ଇନିଂସରେ ଭାରତ ୨୮୭ ରନ କରିଥିଲା। ଶୁଭମନ ଗିଲ ୧୧୯ ଏବଂ ରୁଷଭ ପନ୍ତ ୧୦୯ ରନ କରିଥିଲେ। ବାଂଲାଦେଶକୁ ଜିତିବାକୁ ୫୧୫ ରନ ଆବଶ୍ୟକ ଥିବାବେଳେ ଦଳ ୨୩୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵୀନ ସର୍ବାଧିକ ୬ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା ୫ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button