Breaking PLUSଓଡ଼ିଶାମୁଖ୍ୟ ଖବର

ଅଙ୍ଗନବାଡି ଦିଦିଙ୍କୁ ମାଡ ମାରିବା ଘଟଣାରେ 3 ଗିରଫ

ବାଲିଆପାଳ/ଜଳେଶ୍ବର-  ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗତ ୧୯ ତାରିଖରେ ମହାପଦା ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ପିଟିଥିଲେ ଗ୍ରାମବାସୀ।
ସୁଭଦ୍ରା ଯୋଜନାର କାମ କରିବାକୁ ଉର୍ମିଳା ସାମଲଙ୍କୁ ବାରଣ କରାଯାଇଥିଲା। ମାତ୍ର ଏହାକୁ ନ ମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ କେତେକ ଗ୍ରାମବାସୀ। ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କୁଣ୍ଡୁଳୀ ପଞ୍ଚାୟତ ମହାପଦା ଗ୍ରାମରେ। ସଂପୃକ୍ତ କର୍ମୀ ଜଣକ ଏବେ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଅଭିଯୋଗ ଅନୁସାରେ, ଏବେ ସୁଭଦ୍ରା ଯୋଜନାରେ ନାଁ ପଞ୍ଜୀକରଣ ଚାଲିଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଫର୍ମ ବଣ୍ଟନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଗ୍ରାମର କେତେକ ଲୋକ ଆସି ତାଙ୍କୁ ଉକ୍ତ କାର୍ଯ୍ୟ ନ କରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ କର୍ମୀ ସେମାନଙ୍କ କଥା ନମାନି ଫର୍ମ ବଣ୍ଟନ କରିବା ସହିତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସୁଭଦ୍ରା ଯୋଜନା ପାଇଁ  ଗ୍ରାମରେ ରାଲି କରିଥିଲେ। ଏହାକୁ ନେଇ କେତେକ ଗ୍ରାମବାସୀ ତାଙ୍କ ଉପରେ ଆକ୍ରୋଶ ରଖିଥିଲେ।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button