Breaking PLUSଦେଶମୁଖ୍ୟ ଖବର

କାନପୁରରେ ଟ୍ରେନ ଓଲଟାଇବାକୁ ପୁଣି ଷଡଯନ୍ତ୍ର

କାନପୁର: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାରେ ଟ୍ରେନକୁ ଓଲଟାଇବା ପାଇଁ ପୁଣି ଥରେ ଷଡଯନ୍ତ୍ର ହୋଇଥିବା କୁହାଯାଉଛି।ତେବେ ଏହି ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ରେଳ ଟ୍ରାକ୍‌ରେ ଏକ ଛୋଟ ଗ୍ୟାସ ସିଲିଣ୍ଡର ଦେଖିବାକୁ ମିଳିଥିଲା ​। ଏହା ସହିତ ଟ୍ରେନ୍ ଧକ୍କା ହୋଇଥିଲେ ଲାଇନଚ୍ୟୁତ ହୋଇଥାନ୍ତା।

ଜିଆରପି କହିଛି ଯେ କାନପୁର ଠାରୁ ୩୫ କିଲୋମିଟର ଦୂରରେ ରବିବାର ସକାଳ ୫ଟା ୫୦ରେ ଏହି ଘଟଣା ଘଟିଛି। ଏହା ପ୍ରେମପୁର ରେଳ ଷ୍ଟେସନଠାରୁ ବହୁତ ଦୂରରେ। ମାଲବାହୀ ଟ୍ରେନ୍ କାନପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିଲା। ପ୍ରେମପୁରରେ ମାଲବାହୀ ଟ୍ରେନ୍ ରୋକିଥିଲା। ଟ୍ରେନର ଗତି ଧୀର ଥିଲା ।

ଯେତେବେଳେ ଲୋକୋ ପାଇଲଟ୍ ସିଲିଣ୍ଡରକୁ ଟ୍ରାକରେ ରଖାଯାଇଥିବା ଦେଖି  ଭୟଭୀତ ହୋଇଥିଲେ। ଏହା ପରେ ଜରୁରୀକାଳୀନ ବ୍ରେକ୍ ଲଗାଯାଇଥିଲା। ତେବେ ଟ୍ରେନ୍‌ର ଇଞ୍ଜିନ ସିଲିଣ୍ଡର ନିକଟରେ ପହଞ୍ଚିଥିଲା। ଏହା ପରେ ଡ୍ରାଇଭର ତଳକୁ ଓହ୍ଲାଇ ଦେଖିଲେ ଯେ ୫ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଟ୍ରାକରେ ରଖାଯାଇଛି। ଘଟଣା ବିଷୟରେ ଲୋକୋ ପାଇଲଟ୍ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସିଲିଣ୍ଡରର ଖବର ପାଇବା ମାତ୍ରେ ରେଳବାଇରେ ଉତ୍ତେଜନା ଦେଖାଦେଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button