Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଘଟଣା-ଆଜି ଗୁଜରାଟ ଯିବ କ୍ରାଇମବ୍ରାଂଚ

ଭୁବନେଶ୍ବର –  ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ । ସେଠାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ ଅଧିକାରୀଙ୍କର ପଲିଗ୍ରାଫ ପରୀକ୍ଷା ହେବ। ଏଥିଲାଗି ଆଜି କ୍ରାଇମବ୍ରାଞ୍ଚ ସେମାନଙ୍କୁ ଗୁଜରାଟ ନେବ। ସୋମବାର ଦୀନକୃଷ୍ଣଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ। ଅନ୍ୟ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ପରୀକ୍ଷା ହେବ। ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ତଦନ୍ତକାରୀ ଦଳ ଆଶା ବାନ୍ଧିଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ନିଲମ୍ବିତ ହୋଇଥିବା ଜଣେ ମହିଳା ସବ୍‌-ଇନ୍ସପେକ୍ଟର ଓ ୨ ମହିଳା ଅତିରିକ୍ତ ସବ୍‌-ଇନ୍ସପେକ୍ଟର ଏବଂ ଘଟଣା ଦିନ ସେଠାରେ ଉପସ୍ଥିତ ଆଉ ଜଣେ ଏସ୍‌ଆଇଙ୍କର ମଧ୍ୟ ପଲିଗ୍ରାଫ ପରୀକ୍ଷା ହେବ। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଉକ୍ତ ଏସ୍‌ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ନିଲମ୍ବିତ କନଷ୍ଟେବଳଙ୍କର କୌଣସି ପରୀକ୍ଷା କରାଯିବ ନାହିଁ ବୋଲି ସୂଚନା ରହିଛି। ଅନ୍ୟପଟେ ଅଭିଯୋଗକାରିଣୀଙ୍କର ଲାଇ ଡିଟେକ୍ସନ ପରୀକ୍ଷା, ପଲିଗ୍ରାଫ ଓ ନାର୍କୋ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button