Breaking PLUSଓଡ଼ିଶାମୁଖ୍ୟ ଖବର

ପୁଂଜି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର-ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିକରୁ ଅଧିକ ଶିଳ୍ପ କାରଖାନା ସ୍ଥାପନ କରିବା ସକାଶେ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ନିବେଶକଙ୍କ ସହିତ ସେ ବ୍ୟକ୍ତିଗତଭାବେ ଆଲୋଚନା କରିବେ ବୋଲି ଜଣାପଡିଛି। ୨୦୨୫ ଜାନୁଆରୀ ୨୮ ଓ ୨୯ତାରିଖ ୨ଦିନ ଧରି ରାଜ୍ୟ ସରକାର ‘ଉତ୍କର୍ଷ ଓଡ଼ିଶା, ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’ ଆୟୋଜନ ହେବ। ଏଥିପାଇଁ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button