Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ନକ୍ସଲ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ଦେଲେ ଶାହ

ନୂଆଦିଲ୍ଲୀ- ଦିଲ୍ଲୀରେ ହୋଇଥିବା ନକ୍ସଲ ମୁକାବିଲା ସମୀକ୍ଷା ବୈଠକରେ କେନ୍ଦ୍ରର ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଓ ଅପରେସନରେ ସହାୟତା ପାଇଁ ଏକ ହେଲିପକ୍ଟର ଓ ୧୨କମ୍ପାନୀ ଫୋର୍ସ ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର କରାଯାଉଛି। ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି। ବିଶେଷ କରି ନୂଆପଡା, କନ୍ଧମାଳ, ମାଲକାନଗିରି ଜିଲା ପ୍ରତି ଫୋକସ ରହିଛି। ଏସମ୍ପର୍କରେ ବୈଠକରେ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛୁ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ସହଯୋଗ ଲୋଡାଯାଇଛି। ଗୁରତ୍ୱର ସହ ଏନେଇ ବିଚାର କରାଯିବ ବୋଲି ଗୃହମନ୍ତ୍ରୀ କଥା ଦେଇଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାର ଟାର୍ଗେଟ ପୂରଣ ପାଇଁ କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button