Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଝରକା ତାଡ଼ି ଟଙ୍କା ଲୁଟ୍

ଜଳେଶ୍ବର: ବ୍ୟାଙ୍କକୁ ଲୁଟି ନେଲେ । ବାଲେଶ୍ଵର ବାଲିଆପାଳ ଥାନା ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ହୋଇଛି। ଝରକା ଭାଙ୍ଗି ଦୁର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଗ୍ୟାସ୍ କଟରରେ ଝରକା ର ଗ୍ରୀଲ କାଟି ଟଙ୍କା​ ଲୁଟି ନେଇଛନ୍ତି।ସକାଳୁ  ବ୍ୟାଙ୍କର ଝରକା ତଡା ହୋଇଥିବା ଦେଖି ସ୍ଥାନୀୟ ଲୋକ ବ୍ୟାଙ୍କ ମ୍ୟାନେଜର ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବାଲିଆପାଳ ଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରୁ ଚୋରି ହୋଇଥିଲା। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ପାଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Show More

Related Articles

Back to top button