Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୩୧ ତାରିଖ ସୁଦ୍ଧା ରତ୍ନଭଣ୍ଡାର ମରାମତି

ପୁରୀ- ରତ୍ନଭଣ୍ଡାର ମରାମତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ ଶେଷ ହେବ।  ଦିନେ ଦୁଇ ଦିନ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ।  ରତ୍ନଭଣ୍ଡାର ମଧ୍ୟରେ କିଛି ଧାତବ ଦ୍ରବ୍ୟ ଥିବାର ପରିକଳ୍ପନା ଥିଲା, ହେଲେ ସେମିତି କିଛି ନାହିଁ। ଜିପିଏସ୍ ରିପୋର୍ଟ ରେ ଅନ୍ୟ କିଛି ସୁଡଙ୍ଗ ନଥିବା ସ୍ପଷ୍ଟ ହୋଇଛି। ଏବେ ୨ୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ସିଡ୍ୟୁଲ ଦାଖଲ କରିବ ଏଏସ୍‌ଆଇ। ଭିତର ସଫା କରାଯାଇ ଦିନେ କି ଦୁଇ ଦିନ ମଧ୍ୟରେ ମରାମତି କାମ ଆରମ୍ଭ ହେବ। ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ। ଏହାପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button