Breaking PLUSଓଡ଼ିଶାମୁଖ୍ୟ ଖବର
ସରିଲା ଐତିହାସିକ ବାଲିଯାତ୍ରା

କଟକ- ସରିଲା ଐତିହାସିକ ବାଲିଯାତ୍ରା । ଶନିବାର ଶେଷ ଦିବସରେ ଜନ ସମାଗମ ହୋଇଥିଲା। ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ଯାଇଥିଲେ। ଏପରି ସ୍ଥିତି ହୋଇଥିଲା ଯେ, ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ଅଟକାଇ ରଖିବାକୁ ପୁଲିସ ବାଧ୍ୟ ହୋଇଥିଲା। ସନ୍ଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ବାଲିଯାତ୍ରା ପଡ଼ିଆରେ ଚଳପ୍ରଚଳ ଏବଂ ପାର୍କିଂ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଇଥିଲା। ଶେଷ ଦିନ ବାଲିଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।



