Breaking PLUSଓଡ଼ିଶାମୁଖ୍ୟ ଖବର
ବିଧାନସଭା ଶୀତକାଳୀନ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ
ଭୁବନେଶ୍ୱର- ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଦିବଂଗତ ନେତା ଓ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ପୂର୍ବତନ ମନ୍ତ୍ରୀ ସମୀର ଦେ , ପୂର୍ବତନ ବିଧାୟକ ଧନେଶ୍ଵର ମାଝୀ , ମକରଧ୍ବଜ ପ୍ରଧାନ , ପୂର୍ବତନ ବିଧାୟକ ନୀରଞ୍ଜନ ପ୍ରଧାନ , ଉତ୍କଳ କେଶରୀ ପରିଡା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସହମତି ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଛନ୍ତି ନବୀନ। କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।