Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ- ପିଏମ ମୋଦି

ତିନି ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ପହଂଚିବା ପରେ ଏକ ସଭାରେ ଯୋଗ ଦେଇଥିଲେ। ଏହି ଅବସାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଲିଯାତ୍ରା ଓ ଓଡିଶା ପର୍ବର ସଫଳ ଆୟୋଜନ ସମ୍ପର୍କରେ କହିବା ସହ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ଓ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ କହିଥିଲେ।

ମୋଦୀ କହିଛନ୍ତି, ଓଡ଼ିଶାରେ ପ୍ରଥମଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜନ କରାଯାଇଛି। ଆଗାମୀ ଦିନରେ ଓଡ଼ିଶା ପୁରା ବିଶ୍ଵ ନଜରର କେନ୍ଦ୍ରବିନ୍ଦୁ ସାଜିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ସାରା ବିଶ୍ବରୁ ଲୋକ ଆସିବେ ଓ ସେମାନେ ଯେତେବେଳେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ, ବିଶ୍ୱସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ବୃଦ୍ଧି ପାଇବ। ଏହି ଅବସରରେ ଶ୍ରୀ ମୋଦୀ ସୁଭଦ୍ରା ଯୋଜନା ଓ ଧାନ କିଣା ମୂଲ୍ୟ ବୃଦ୍ଧି ବିଷୟରେ କହିଥିଲେ।

ଏହି ସଭାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଓ ଜୁଏଲ ଓରାମ, ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button