Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଦିଲ୍ଲୀର ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ- ଦିଲ୍ଲୀର ୪ଟି ସ୍କୁଲକୁ ବୋମା ଧମକ। ସପ୍ତାହେ ମଧ୍ୟରେ ଏହା ଦ୍ଵିତୀୟଥର। ଆଜି ଇମେଲ ଜରିଆରେ ବୋମା ଧମକ ମିଳିବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ, ମୟୁର ବିହାରର ସାଲଓ୍ବାନ୍ ପବ୍ଲିକ୍ ସ୍କୁଲ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲକୁ ବୋମା ଧମକ ମିଳିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି । ସ୍କୁଲ ପରିସରରୁ ଏ ଯାଏଁ କୌଣସି ବିସ୍ଫୋରକ ମିଳିନାହିଁ।

Show More

Related Articles

Back to top button