Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ASI

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ASI  । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ASI ମୁକୁନ୍ଦ ଖେମୁଣ୍ଡୁ ଫେରାର ହୋଇଯାଇଛନ୍ତି ।  ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗ୍ରାମରକ୍ଷୀ ଅଟକ, ASIଙ୍କୁ ଧରିବାକୁ ଭିଜିଲାନ୍ସ ଟିମ୍‌ର ଉଦ୍ୟମ ।

ଏଠାରେ ସୂଚନାଯୋଗ୍ୟ, କଳାହାଣ୍ଡି ଜୁନାଗଡ ଥାନାର ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜୁନାଗଡ ଥାନାର ଏଏସଆଇ ମୁକୁନ୍ଦ ଖେମୁଣ୍ଡୁଙ୍କ ନିର୍ଦ୍ଦେଶରେ ଜଣେ ଅଭିଯୋଗକାରୀଙ୍କ ଠାରୁ 3500 ଟଙ୍କା ଲାଂଚ ନେବେ ବେଳେ ଧରାପଡିଛନ୍ତି । ତାଙ୍କ ଠାରୁ ସଂପୂର୍ଣ୍ଣ ଟଙ୍କା ଜବତ କରାଯାଇଛି । ଏହାପରେ ମୁକୁନ୍ଦଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button