Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟ ବସ ଦୁର୍ଘଟଣାରେ 16 ଆହତଙ୍କୁ ଏସସିବିରେ ଭର୍ତ୍ତି

କୋରାପୁଟ ବସ୍ ଦୁର୍ଘଟଣାର ୧୬ ଆହତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରବିବାର ବିଳମ୍ବିତ ରାତିରେ ଆହତମାନେ ଏସସିବିରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅର୍ଥୋପେଡିକ ବିଭାଗରେ ସେମାନଙ୍କ ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ତିନି ଜଣ ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇ ଡିସଚାର୍ଜ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ, ରବିବାର କୋରାପୁଟ ଜିଲା ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ବସ୍ ଓଲଟିବା ପରେ ୪ ଜଣଙ୍କ ମୃତ୍ୟ ଘଟିଥିଲା। ଏହାବ୍ୟତୀତ ବସ୍‌ର ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଗତ ୨୭ ତାରିଖରୁ ପିକନିକ ବସ୍‌ଟି କଟକରୁ ଯାଇଥିଲା।

Show More

Related Articles

Back to top button