Breaking PLUSଓଡ଼ିଶାମୁଖ୍ୟ ଖବର

ହିଂଜିଳିକାଟୁରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର-ହିଂଜିଳିକାଟୁରେ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ନବୀନ ।  ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ସ୍ଥିତ ମହାତ୍ମାଗାନ୍ଧୀ ଖେଳ ପଡ଼ିଆଠାରେ ଦିନ ୧୨ଟା ୧୦ମିନଟ ସମୟରେ ହେଲିକପ୍ଟର ଯୋଗେ ଅବତରଣ କରିବାପରେ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ପରେ ଶେରଗଡ଼ ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାକରଡ଼ା ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହ ଅଦିନିଆ ଲଘୁଚାପ ବର୍ଷାଜନିତ କ୍ଷତିଗ୍ରସ୍ତ ଚାଷଜମିର ନିରୀକ୍ଷଣ କରିଥିଲେ। ଗୋବିନ୍ଦପୁର ଓ ମାରୁଡ଼ି ଜଗନ୍ନାଥପୁର ମଧ୍ୟବର୍ତ୍ତୀ ଚାଷଜମି ବୁଲି ପରିଦର୍ଶନ କରିଥିଲେ ନବୀନ।

Show More

Related Articles

Back to top button