Breaking PLUSଦେଶ ବିଦେଶମୁଖ୍ୟ ଖବର

ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ

ନୂଆଦିଲ୍ଲୀ : ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ। ନେପାଳ, ଚୀନ୍ ସହ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି। ନେପାଳରେ ତୀବ୍ରତା ୭.୧ ଥିବାବେଳେ ଚୀନ୍ ଚିଦ୍ଦତରେ ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ ହୋଇଛି। ବିହାର, ଆସାମ , ଦିଲ୍ଲୀ ଏନସିଆର ସମେତ କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ନେପାଳର ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ୩୦ ମିନିଟରେ ୫ ଥର ଝଟକା ଅନୁଭୂତ ହୋଇଛି। ସକାଳ ୬ଟା ୩୦ରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ପରେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Show More

Related Articles

Back to top button