Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର- କଟକ ,ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏଥି ସହ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ଼ ।