Breaking PLUSଓଡ଼ିଶାମୁଖ୍ୟ ଖବର

ଅନିଲ ଏବଂ ହଂସିତାଙ୍କ ସମ୍ପତି ବିକ୍ରି ଉପରେ ରୋକ

ଭୁବନେଶ୍ୱର:ଅନିଲ ଏବଂ ହଂସିତାଙ୍କ ସମ୍ପତି ବିକ୍ରି ଉପରେ ରୋକ ଲଗାଇଛି ଆଇଟି (IT) ବିଭାଗ | ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଅଭିଲିପ୍ସା ଏବଂ ଅନିଲ ମହାନ୍ତି ଗରିଫ ଘଟଣା । ଅନିଲ ଏବଂ ହଂସିତାଙ୍କ ସମ୍ପତି ବିକ୍ରି ଉପରେ ରୋକ ଲାଗିଛି । ଆୟକର ବିଭାଗ ଆରଟିଓ ଏବଂ ଆଇଜିଆରକୁ ଚିଠି ଲେଖିଛି । ଦାମୀ କାର ବିକ୍ରି ନହେବା ପାଇଁ ଆରଟିଓକୁ 5ଟି ଗାଡିର ତଥ୍ୟ ଦେଇଥିଲା ଆୟକର ବିଭାଗ । ସେହିସବୁ ଦାମୀ ଗାଡିକୁ ବ୍ଲକ କରିଛି ଆରଟିଓ । ସେହିଭଳି ହଂସିତା ଏବଂ ଅନିଲଙ୍କର ମିଳିଥିବା ସମ୍ପତି ବିକ୍ରି ନହେବା ପାଇଁ ଆଇଜିଆରକୁ ଚିଠି ଲେଖିଛି ଆୟକର ବିଭାଗ । ଆୟକର ବିଭାଗ ସୂଚନା ଅନୁଯାଇ ଅନିଲ ଏବଂ ହଂସିତାଙ୍କ ସହ ସମ୍ପୃକ୍ତି ଥିବା 15ରୁ ଅଧିକ ଲୋକଙ୍କୁ ଜେରା କରିଛି ଆୟକର ବିଭାଗ । ଆଗକୁ ମଧ୍ୟ ଅନେକ ଲୋକ ଜେରା ହୋଇପାରନ୍ତି । ସେମାନଙ୍କର ଲିଷ୍ଟ ତିଆରି କରିଛି ଆଇଟି ଟିମ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button