Breaking PLUSଦେଶମୁଖ୍ୟ ଖବର
କଟରା-ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍

ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି।