Breaking PLUSଓଡ଼ିଶାମୁଖ୍ୟ ଖବର
କାଲି ହଂସିତା ଓ ଅନୀଲଙ୍କୁ ଜେରା କରିବ ଆୟକର ବିଭାଗ
ଭୁବନେଶ୍ୱର, 2 ଫେବୃୟାରୀ – କାଲି ହଂସିତା ଓ ଅନୀଲଙ୍କୁ ଜେରା କରିବ ଆୟକର ବିଭାଗ । ଝାରପଡ଼ା ଜେଲ୍ରେ ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି । ଆସନ୍ତା ୩ ତାରିଖରେ ଜେରା କରିବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫ୍ସି କୋର୍ଟ । ହଂସିତା ଓ ଅନୀଲଙ୍କୁ ଜେଲ୍ରେ ଜେରା କରିବ ବୋଲି ଆୟକର ବିଭାଗ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନର ଶୁଣାଣି କରି ସେମାନଙ୍କୁ ଗୋଟିଏ ଦିନ ଜେରା କରିବାକୁ ଅନୁମତି ଦେଇଛନ୍ତି ।