Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଆଜି ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି

ମହାକୁମ୍ଭନଗର,10 ଫେବୃଆରୀ – ଆଜି ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି । ସେ 8ଘଂଟାରୁ ଅଧିକ ସମୟ ଯାଏ ପ୍ରୟାଗରାଜରେ ରହିବେ । ସେ ସଂଗମ ସ୍ନାନ ସହିତ ଅକ୍ଷୟବଟ ଓ ବଡ ହନୁମାନ ମନ୍ଦିରରେ ଦର୍ଶନ-ପୂଜନ କରିବେ । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ରହିବେ ।
ରାଷ୍ଟ୍ରପତି ମୁର୍ମୁ ସକାଳେ ସଙ୍ଗମ ନିକଟରେ ପହଂଚି ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବେ । ମା ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀର ସଙ୍ଗମରେ ରାଷ୍ଟ୍ରପତି ଆସ୍ଥାର ବୁଡ ପକାଇ ସନାତନ ଆସ୍ଥାକୁ ମଜବୁତ ଆଧାର ଦେବେ । ଦେଶର ପ୍ରଥମ ନାଗରିକ ସଙ୍ଗମରେ ପବିତ୍ର ବୁଡ ପକାଇବାର ଏହା ଐତିହାସିକ ମୁହୂର୍ତ୍ତ ହେବ । ଏଠାରେ ସୂଚନାଯୋଗ୍ୟ ଏହାପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ବି ମହାକୁମ୍ଭରେ ପବିତ୍ର ସ୍ନାନ କରିଥିଲେ ।