Breaking PLUSଓଡ଼ିଶାମୁଖ୍ୟ ଖବର
ପଞ୍ଜିକା ସମନ୍ବୟ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ- ପଞ୍ଜିକା ସମନ୍ବୟ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି । ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହେଲା । ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହେଲେ । ଏନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ ତଥ୍ୟ ଦେବେନି । ରାଧାରମଣ, କୋହିନୂର, ଅରୁଣଦୋୟ ପଞ୍ଜିକା ପାଣ୍ଡୁଲିପି ମିଳିଛି । ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ ପଞ୍ଜିକା ପାଣ୍ଡୁଲିପି ମିଳିଛି । ସହମତି ପରେ ଯଦି ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।