Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର ୨୧, ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ

ଭୁବନେଶ୍ୱର, 15 ଫେବ୍ରୁଆରି – ରାଜ୍ୟର ୨୧, ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ସେହିପରି ରାଜ୍ୟର ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ ।ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲିଖିତ ଉତ୍ତର ରଖିଛନ୍ତି । ସେହିପରି ରାଜ୍ୟର ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ପାଚେରୀ । ରାଜ୍ୟରେ ମୋଟ ୭୪ ହଜାର ୧୯୨ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।