Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ 66 ଆଇଏଏସ ଓ 69 ଆଇପିଏସ ପଦବୀ ଖାଲି

ଭୁବନେଶ୍ୱର, 17 ଫେବ୍ରୁଆରି – ରାଜ୍ୟରେ 66 ଆଇଏଏସ ପଦବୀ ଖାଲି ପଡ଼ିଥିବା ବେଳେ 69 ଆଇପିଏସ ପଦବୀ ଖାଲି ପଡିଛି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଓଡିଶା କ୍ୟାଡରରେ 248 ଆଇଏଏସ ପଦବୀ ଥିବା ବେଳେ ୧୮୨ ଜଣ ଆଇଏଏସ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।  ଏହା ବ୍ୟତୀତ ୨ ଜଣ ଆଇଏଏସ ଅଧିକାରୀ ଆନ୍ତଃ ରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି । ୨୨ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ଥିବା ବେଳେ ତନ୍ମଧ୍ୟରୁ ୬୯ଟି ପଦବୀ ଖାଲି ଅଛି । ଏବଂ ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button