Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଛନ୍ତି

ଭୁବନେଶ୍ୱର, 18 ଫେବ୍ରୁଆରି – ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା ହାତୀ ଗଣନା ଅନୁଯାୟୀ (ସର୍ବଶେଷ ଗଣନା) ଓଡିଶାରେ ବର୍ତ୍ତମାନ ୨୧୦୩ ଗୋଟି ହାତୀ ଥିବାର ଗଣନା କରାଯାଇଅଛି । ବର୍ଷକରେ ହାରାହାରି ୮୧ ଗୋଟି ହାତୀଙ୍କର ମୃତ୍ୟୁ ହେଉଅଛି (ବିଗତ ତିନି ବର୍ଷର ତଥ୍ୟ ଅଧାରରେ) ଏବଂ ମୃତ୍ୟୁର କାରଣ ହେଉଛି ଶିକାର, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଘଟଣା, ବିଭିନ୍ନ ପ୍ରକାର ରୋଗ, ଲୋକ ମାନଙ୍କର ପ୍ରତିଶୋଧ ମନୋଭାବ ଏବଂ ଅନ୍ୟାନ୍ୟ ପ୍ରାକୃତିକ କାରଣ ଯଥା: କଳହ, ପାହାଡରୁ ପଡି, ଦଳିହୋଇ, ବୟସାଧିକ ଇତ୍ୟାଦି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Show More

Related Articles

Back to top button