Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ୱିନସିଟି ଜଗିବ ଏଆଇ କ୍ୟାମେରା

ଭୁବନେଶ୍ୱର : ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଲାଗିବ ଏଆଇ କ୍ୟାମେରା। ଏନେଇ ସୋମବାର ପୁଲିସ କମିଶନର ସୁରେଶ ଦେବଦତ୍ତସିଂ ସୂଚନା ଦେଇଛନ୍ତି। ଟ୍ରାଫିକ୍ ଖିଲାପକାରୀ ସହ ଅପରାଧୀଙ୍କୁ ଧରିବ ଉଚ୍ଚମାନର ଏଆଇ କ୍ୟାମେରା। ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟାପକ କରିବ ପୁଲିସ। ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି,ସିକ୍ୟୁରିଟି ଗାର୍ଡ ମୁତୟନକୁ ମଧ୍ୟ ଗୁରୁତ୍ୱ ଦିଆଯିବ।