Breaking PLUSଦେଶ ବିଦେଶମୁଖ୍ୟ ଖବର
ନେପାଳରେ ଭୂକମ୍ପ, ମଧ୍ୟରାତ୍ରରେ ଥରିଲା କାଠମାଣ୍ଡୁ

କାଠମାଣ୍ଡୁ-ନେପାଳରେ ଭୂକମ୍ପ, ମଧ୍ୟରାତ୍ରରେ ଥରିଲା କାଠମାଣ୍ଡୁ । ନେପାଳରେ ଭୋର ସମୟରେ ସିନ୍ଧୁପାଲଚୋକ ଜିଲ୍ଲାରେ ହୋଇଥିବା ଭୂକମ୍ପ ରାଜଧାନୀ କାଠମାଣ୍ଡୁରେ ବି ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ ହୋଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି ।
ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ଅନୁସାରେ ରାତି ପ୍ରାୟ 2.51 ମିନିଟ ସମୟରେ ଉତର ନେପାଳର ସିନ୍ଧୁପାଳଚୋକରେ 6.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । କାଠମାଣ୍ଡୁ, ଘାଟି ଓ ଏହାର ଆଖପାଖ ଅଂଚଳରେ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ସିନ୍ଧୁପାଲଚୋକ ଜିଲ୍ଲାର ଭୈରବକୁଣ୍ଡରେ ଥିଲା ।
ଭୂକମ୍ପ କାରଣରୁ ଲୋକ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ । ଅଧିକାରୀ ପ୍ରଭାବିତ ଅଂଚଳରେ ପ୍ରଭାବ ଆକଳନ କରୁଛନ୍ତି ।