Breaking PLUSଓଡ଼ିଶାମୁଖ୍ୟ ଖବର

ଏଆଇ କ୍ୟାମେରା ସ୍କାନରରେ ରହିବ ପୁରୀ ରଥଯାତ୍ରା

ପୁରୀ-ଏଆଇ କ୍ୟାମେରା ସ୍କାନରରେ ରହିବ ପୁରୀ ରଥଯାତ୍ରା । ଆଗାମୀ ରଥଯାତ୍ରାରେ ସମଗ୍ର ପୁରୀ ସହରକୁ ଜଗିବ ଏଆଇ କ୍ୟାମେରା। ରେଳ ଷ୍ଟେସନଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡ ଏବଂ ସମୁଦ୍ର କୂଳରେ ପ୍ରଥମଥର ପାଇଁ ଏଆଇର ପ୍ରୟୋଗ କରାଯିବ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଏହାର ଅଭୂତପୂର୍ବ ସଫଳତା ପରେ ପୁରୀ ରଥଯାତ୍ରାରେ ଏହାର ଉପଯୋଗ ପାଇଁ ସ୍ଥିର କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୋମବାର ଏ ବିଷୟରେ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ବତନ୍ତ୍ର ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Show More

Related Articles

Back to top button