Breaking PLUSଓଡ଼ିଶାମୁଖ୍ୟ ଖବର
ରୋଷେଇ କରୁଥିବା ବେଳେ ପୋଡିଗଲେ ମହିଳା

ଭୁବନେଶ୍ୱର, 23 ମାର୍ଚ୍ଚ- ରୋଷେଇ କରୁଥିବା ବେଳେ ପୋଡିଗଲେ ମହିଳା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଂଚାୟତ ବାଲିଆ ଗ୍ରାମରେ ଅଘଟଣ ଘଟିଛି । ଶରୀରର 50ପ୍ରତିଶତ ପୋଡିଯାଇଥିବା ଦେଖିବାକୁ ମିଳିଛି । ଘରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଝୁଲି ସ୍ୱାଇଁଙ୍କ ଲୁଗାରେ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ନେଇଥିବା ବେଳେ ଅବସ୍ଥା ସାଙ୍ଘାତିକ ରହିଥିବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଝୁଲିଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବ। ବେଳେ ଦୁଇ ପୁଅ ବାହାର ରାଜ୍ୟରେ କାମ କରନ୍ତି । ଏକା ଘରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗିଯାଇଛି।


