Breaking PLUSଓଡ଼ିଶାମୁଖ୍ୟ ଖବର

କଣ୍ଟିଲୋରେ ମହାମହିମ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୟାଗଡ଼ କଣ୍ଟିଲୋ ସ୍ଥିତ ନୀଳମାଧଵ ଗସ୍ତରେ ଯାଇ ବିଶ୍ୱାବସୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଏହି ଗସ୍ତକୁ ଏକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଥିବା କଣ୍ଟିଲୋ ନୀଳମାଧଵ ପୀଠର ବିକାଶ ହୋଇନଥିବା ବିଷୟ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳମାଧଵ ପୀଠର ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ପରେ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ନୟାଗଡ଼ ଆସି ମହାପ୍ରଭୁ ନୀଳମାଧବ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ସେ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।

Show More

Related Articles

Back to top button