Breaking PLUSଓଡ଼ିଶାମୁଖ୍ୟ ଖବର
ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସ୍ଏସ୍ବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଥିଲା। କଟକ, ଭୁବନେଶ୍ବର ଓ ଜଟଣୀରେ ଚଢାଉ କରାଯାଇଥିଲା । ଚଢ଼ଉରେ ଶ୍ରୀ ସାହୁଙ୍କ କୋଠା, ପ୍ଲଟ, ଦୋକାନ ଘର, ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।



