Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର  ଅଞ୍ଚଳରେ ସ୍ପଷ୍ଟ ଚିତ୍ରିତ ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ତୀବ୍ରତା ବଜାୟ ରଖିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଗତିର ଦିଗ ପରିବର୍ତ୍ତନ ସହ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଗତି କରିବ। ପରେ କେନ୍ଦ୍ରୀୟ ବଙ୍ଗୋପସଗାରରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଦୁର୍ବଳ ହେବ। ଏହାର ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କିଛି କିଛି ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Show More

Related Articles

Back to top button