Breaking PLUSଓଡ଼ିଶାମୁଖ୍ୟ ଖବର
୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର- କମିସନରେଟ ପୁଲିସ ୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ। ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ ୫୧୫ ଗ୍ରାମ୍ର ବ୍ରାଉନ୍ସୁଗାର ଆଣିଥିଲେ। ସେମାନେ ଏହାକୁ କୌଣସି ସ୍ଥାନକୁ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୂର୍ବରୁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଟିମ୍ ଅତର୍କିତ ଭାବେ ମାଡ଼ି ବସିଥିଲା। ସେମାନଙ୍କର ଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। କଟକ ଓ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ନଜର ଅଛିI