Breaking PLUSଓଡ଼ିଶାମୁଖ୍ୟ ଖବର
ଦଳିଦେଲା ଦନ୍ତା, ମହିଳା ମୃତ

ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟୁରଚା ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦନ୍ତା ହାତୀଟି ଉକ୍ତ ଅଞ୍ଚଳରେ ବୁଲୁଥିବା ନେଇ ବନ ବିଭାଗ ସଚେତନ କରିଥିଲା। ଆଜି ସକାଳୁ ଗାଁର ଦୁଇ ଜଣ ମହିଳା ମହୁଲ ଗୋଟାଇବାକୁ ଯାଉଥିବାବେଳେ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି


