Breaking PLUSଓଡ଼ିଶାମୁଖ୍ୟ ଖବର
ପିସିଆରକୁ ଚାପି ଦେଲା ଟ୍ରକ, 2 ପୋଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିସିଆରଭ୍ୟାନକୁ ଟ୍ରକ୍ ଚାପିଦେବା ଫଳରେ ଅକାଳରେ ଚାଲିଯାଇଛି ୨ ପୁଲିସ କର୍ମଚାରୀଙ୍କ ଜୀବନ। ଖାଲି ସେତିକି ନୁହେଁ, ଏଥିରେ ଆଉ ଜଣେ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିବା ଜଣାଯାଇଛି।
ଘଟଣାସ୍ଥଳରେ ଜଣେ ଓପିଏଫ୍ ଯବାନ୍ ଓ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଯବାନଙ୍କ ନାମ ଲୋକନାଥ ଶବର ଓ ତାଙ୍କ ଘର ରାୟଗଡ଼ାରେ ବୋଲି ଜଣାଯାଇଛି।