Breaking PLUSଦେଶମୁଖ୍ୟ ଖବର

ଗୋଆ କୃଷିମନ୍ତ୍ରୀଙ୍କ ବିୟୋଗ

ପାଣାଜୀ- ଗୋଆର କୃଷି ମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଏକଙ୍କ ଆଜି ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ରବିଙ୍କର ପରଲୋକ ହୋଇଯାଇଛି | ରବି ନାଏକଙ୍କ ଘର ଗୋଆର ରାଜଧାନୀ ପାଣାଜୀଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ହୃଦଘାତ ସମୟରେ ସେ ଘରେ ଥିଲେ। ତାଙ୍କୁ ତୁରନ୍ତ ପୋଣ୍ଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ରାତି ପ୍ରାୟ ୧ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅପରାହ୍ନ ୩ଟାରେ ତାଙ୍କର ଶେଷକୃତ୍ୟ କରାଯିବ।

Show More

Related Articles

Back to top button