Breaking PLUSଓଡ଼ିଶାମୁଖ୍ୟ ଖବର

ମାଓବାଦୀଙ୍କୁ ଧରାଇଲେ ପୁରସ୍କାର

ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୁଲିସ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟର ଫାଟକରେ ଏ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ଗୁଡିକ ହିନ୍ଦୀ, ଓଡ଼ିଆ ଓ ଆଦିବାସୀ ଭାଷାରେ ଉଲ୍ଲେଖ କରାଯାଇଛି। ଯେଉଁ ଲୋକମାନେ ମାଓବାଦୀଙ୍କ ଠିକଣା ବା ଧରାଇବେ ସେହିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏବଂ ତାଙ୍କ ନାମ ଗୁଡିକ ଗୋପନ ରଖାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Show More

Related Articles

Back to top button