Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ୍ କଂଗ୍ରେସର ୮୪ତମ ଅଧିବେଶନ
ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ୍ କଂଗ୍ରେସର ୮୪ତମ ଅଧିବେଶନ । ଯୋଗ ଦେବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି । ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।
ସୂଚନା ଅନୁସାରେ ଏହି ସମ୍ମିଳନୀରେ ଭିଭିଆଇପି, ଭିଆଇପିଙ୍କ ସମେତ ୨୦୦୦ରୁ ଅଧିକ ଲୋକ ଯୋଗଦେବେ। ସେମାନଙ୍କ ରହିବା ପାଇଁ ଇତିମଧ୍ୟରେ ଭୁବନେଶ୍ବରରେ ଥିବା ୩ ତାରକାରୁ ନେଇ ୫ ତାରକା ପର୍ଯ୍ୟନ୍ତ ହୋଟେଲରେ ୧୦୫୦ କୋଠରି ବୁକ୍ ହୋଇସାରିଛି। ଅତିଥିଙ୍କ ଯିବା ଆସିବା ପାଇଁ ୬୨୦ କାର୍ ଯୋଗାଇ ଦିଆଯିବ। ଆଇଆରସି ମଞ୍ଚରେ ଓଡ଼ିଆ କଳାକାରଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ ସହିତ ସମ୍ମିଳନୀ ପରିସରରେ ଓଡ଼ିଆ କଳା ସଂସ୍କୃତି ଆଧାରିତ ବିଭିନ୍ନ କାରୁକାର୍ଯ୍ୟ ସ୍ଥାନ ପାଇବ। ଖୋଲା ଆକାଶ ତଳେ ସ୍ଥାନିତ ହେବାକୁ ଥିବା ଫୁଡ୍ କୋର୍ଟରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ଅତିଥିଙ୍କ ପାଇଁ ପରଶା ଯିବ। ଏଥିସହ ବିଭିନ୍ନ ସ୍ଥାନରେ ୫ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ବ୍ୟବସ୍ଥା କରାଯିବ।



