Breaking PLUSଦେଶମୁଖ୍ୟ ଖବର

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ସଙ୍କଳ୍ପ ପତ୍ର ଜାରି

ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ମୂଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ, ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରଏମଏଲ ମୁଖ୍ୟ ଉପେନ୍ଦ୍ର କୁଶୱାହା, ସମ୍ରାଟ ଚୌଧୁରୀ, ଦିଲୀପ ଜୟସୱାଲ, ସଞ୍ଜୟ ଝା, ଲଲନ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପ୍ରଥମ ଥର ପାଇଁ ଏକ ମିଳିତ ଏନଡିଏ ଇସ୍ତାହାର ପ୍ରକାଶ ହୋଇଛି । ପୂର୍ବରୁ ଦଳ ଗୁଡିକ ପୃଥକ ଭାବରେ ସେମାନଙ୍କର ନିଜସ୍ୱ ଇସ୍ତାହାର ପ୍ରକାଶ କରିଥିଲେ । ଏନଡିଏର ପ୍ରଥମ ମିଳିତ ଇସ୍ତାହାରରେ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଯୁବପିଢିଙ୍କ ପାଇଁ ରହିଛି ।

Show More

Related Articles

Back to top button