Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା

ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏସିଆ ମହାଦେଶ ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ଚଳିତଥର ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରାଯିବ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଭାଗ ନେବ। ସେମାନଙ୍କର କଳା ସଂସ୍କୃତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ହେବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ଏକ ସ୍ବତନ୍ତ୍ର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ। ସବୁ ସନ୍ଧ୍ୟାରେ ବଲିଉଡ ଏବଂ ଓଲିଉଡର ନାମିଦାମୀ କଳାକାର ନୃତ୍ୟ ସଙ୍ଗୀତରେ ଗଣକବି ବୈଷ୍ଣବ ପାଣି ଏବଂ ଅକ୍ଷୟ ମହାନ୍ତି ମଞ୍ଚ ଦୁଲୁକିବ। ଦହିବରା ଠାରୁ ଠୁଙ୍କାପୁରି, ଓଡ଼ିଶାର ହସ୍ତକଳା ଠାରୁ ଦୋଳି ସବୁ କିଛି ନେଇ ୬୦ ଏକର ଜମିରେ ବାଣିଜ୍ୟର ଏହି ମହାକୁମ୍ଭ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Show More

Related Articles

Back to top button