Breaking PLUSଓଡ଼ିଶାମୁଖ୍ୟ ଖବର

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର, 5 ନଭେମ୍ବର – ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ଥିବାରୁ ଭୋରରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ, ଜଳାଶୟ ଓ ପୁଷ୍କରିଣୀରେ ଭିଡ଼ ଜମିଛି। ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର…ଏହି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଭକ୍ତ। କଟକ, ଭୁବନେଶ୍ୱର, ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ଏହି ପରମ୍ପରା ପାଳିତ ହୋଇଛି । ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏହି ଅବସରରେ ଲୋକେ ସୁସଜ୍ଜିତ ଡଙ୍ଗାରେ ପାନ, ଗୁଆ ଥୋଇ, ଦୀପ, ଧୂପ ଜାଳି ଡଙ୍ଗା ଭସାଉଇଛନ୍ତି।

Show More

Related Articles

Back to top button