Breaking PLUSଓଡ଼ିଶାମୁଖ୍ୟ ଖବର
ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ – ପୀତବାସଙ୍କ ପତ୍ନୀ

ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି। ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି। ତା ନହେଲେ ତୁମକୁ ଓ କୁମ ପୁଅକୁ ଜୀବନରୁ ମାରିଦେବୁ। ୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ। ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ। ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି।


