Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡା ଉପନିର୍ବାଚନ- ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ପରେ ବଦଳାଗଲା ୟୁନିଟ୍

ଭୁବନେଶ୍ୱର- ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୩୫୮ ଟି ମତଦାନ କେନ୍ଦ୍ରରେ ମକ୍ ପୋଲ ସଫଳତାର ସହ ସମାପ୍ତ ହୋଇଛି । ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ତିନୋଟି ବାଲଟ୍ ୟୁନିଟ୍ (ବିୟୁ) ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ (ସିୟୁ) ତୁରନ୍ତ ବଦଳାଯାଇଥିଲା ।

ଖରିଆର ରୋଡର ମଙ୍ଗୋରାପଲ୍ଲୀର ବୁଥ୍ ନମ୍ବର ୭୬ରେ ରିପୋର୍ଟ ହୋଇଥିବା ଇଭିଏମ-ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା । ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଚାଲୁରହିଛି ।  ପୂର୍ବାହ୍ନ 9.00ଟା ସୁଦ୍ଧା ମତଦାନର ହାର ପ୍ରାୟ ୧୪.୯୯% ରହିଛି । ମତଦାନର ଗୋପନୀୟତା ଉଲ୍ଲଂଘନ କରିଥିବା ହେତୁ ପିଏସ୍-୩୬,କୁଲିଆବନ୍ଧର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପ-ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମତଦାନ ପ୍ରକ୍ରିୟା ନିରନ୍ତର ତଦାରଖ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button