Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଲାଲକିଲ୍ଲା ନିକଟ ବିସ୍ଫୋରଣସ୍ଥଳରେ NIAର ଛାନ୍ଭିନ୍

ଭୁବନେଶ୍ୱର- ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣସ୍ଥଳରେ NIAର ଛାନ୍ଭିନ୍ । ଆତଙ୍କୀ ସଂଗଠନ ସମ୍ପୃକ୍ତି ନେଇ NIA ଖୋଳତାଡ଼ । ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।
ଆନୁଷ୍ଠାନିକ ଭାବରେ ମାମଲାଟିକୁ NIA ନିଜ ହାତକୁ ନେବା ପରେ ତଦନ୍ତ ଦଳ ଗଠନ ହୋଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଦିଲ୍ଲୀ ସମେତ ଦେଶର ଅନେକ ସମ୍ବେଦନଶୀଳ ସ୍ଥାନ ହାଇ ଆଲର୍ଟରେ ରହିଛି । ଦିଲ୍ଲୀ ସୀମାରେ ସୁରକ୍ଷା ଯାଞ୍ଚ ଏବଂ ସହରର ପ୍ରମୁଖ ସ୍ଥାନରେ ଯାନବାହାନର ବ୍ୟାପକ ଯାଞ୍ଚ ଚାଲିଛି ।



