Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେ ନାହିଁ କି ନିଷ୍ପତ୍ତି ନିଏ ନାହିଁ- ଜିଲ୍ଲାପାଳ

କଟକ- କଟକ ବାଲିଯାତ୍ରାରେ ଶ୍ରେୟା ଘୋଷାଲଙ୍କ ପ୍ରୋଗ୍ରାମ୍‌ରେ ଠେଲାପେଲା ଘଟଣା । ଆରୋପ ପ୍ରତ୍ୟାରୋପକୁ ନେଇ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଲୋକ ଅଧିକ ହେବାରୁ ଠେଲାପେଲା ହୋଇଥିଲା, ୨/୩ ଅଚେତ ହୋଇଥିଲେ  । ପାଖାପାଖି ଦୁଇ ଲକ୍ଷ ଲୋକ ଷ୍ଟେଜ୍‌ ନିକଟରେ ଉପସ୍ଥିତ ଥିଲେ । ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେ ନାହିଁ କି ନିଷ୍ପତ୍ତି ନିଏ ନାହିଁ  । ଆୟୋଜନ ପୂର୍ବରୁ ବିଭିନ୍ନ ବିଭାଗର ସମନ୍ବୟରରେ ନିଷ୍ପତ୍ତି ହୁଏ । ସେଥିରେ ପୋଲିସ ପ୍ରଶାସନ ଅଧିକାରୀ ଥାଆନ୍ତି, ପରାମର୍ଶ ନିଆଯାଇଥାଏ  । ଆଗକୁ ବାଲିଯାତ୍ରାରେ ଏଭଳି ବଲିଉଡ ଷ୍ଟାର ଆସିଲେ ପ୍ରସ୍ତୁତି ଭଲ କରାଯିବ  । ତେବେ ଗତକାଲି ପୋଲିସ ଡିଜି ଠେଲାପେଲାକୁ ନେଇ ବିବୃତି ରଖିଥିଲେ  । ମେଗା ଷ୍ଟାରଙ୍କୁ ଡାକିବା ନେଇ ଆୟୋଜକ ଚିନ୍ତା କରିବା ଦରକାର କହିଥିଲେ ।

Show More

Related Articles

Back to top button