Breaking PLUSଓଡ଼ିଶାମୁଖ୍ୟ ଖବର
୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିପିସିଓଡିଏଲର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି। ଏପରିକି ସରକାରୀ ଓ ବେସରକାରୀ ଅଫିସ ଗୁଡିକ ମଧ୍ୟ ବନ୍ଦ ରହିଛି । ୫୫ ନମ୍ବର ଜାତୀୟ ରାଜପଥ ଉପରେ ଶହ ଶହ ଗାଡିମୋଟର ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।



