Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦିଲ୍ଲୀ ପ୍ରଦୂଷଣ ଉଦ୍‌ବେଗଜନକ, ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି। ବେସରକାରୀ ଅଫିସ ମାନଙ୍କରେ ୫୦ ପ୍ରତିଶତ ଘରେ ରହି କାମ କରିବା ଲାଗି ନିର୍ଦେଶ ରହିଛି। ଲଗାତାର ୯ମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା ଜାରି କରାଯାଇଛି। କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM) ଅନୁଯାୟୀ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button